ଏବେ ଚାଲିଛି ଶରତ ଋତୁ । ଆୟୁର୍ବେଦ ସୁତ୍ର ଅନୁସାରେ ୬ ଋତୁ ମଧ୍ୟରେ ପ୍ରତି ଋତୁରେ ଶରୀରରେ ତ୍ରିଦୋଷ ପ୍ରଭାବିତ ହୋଇଥାଏ । ଶରତ ଋତୁରେ ଶରୀରରେ ସ୍ବାଭାବିକ  ବୃଦ୍ଧି ପାଇଥାଏ କଫ ଦୋଷ । ଫଳରେ ଶରୀରରେ ମୁଖ୍ୟ ୫ଟି ସମସ୍ୟା ଦେଖାଦେଇଥାଏ । ଏହି ସମୟରେ ଖାଦ୍ୟ ଓ ପରିବେଶ ପ୍ରତି ସଚେତନ ନରହିଲେ ଜ୍ବର, ବାନ୍ତି, ଆଳସ୍ୟ, ପେଟ ଯନ୍ତ୍ରଣା ଓ ଖାଦ୍ୟ ହଜମରେ ସମସ୍ୟା ଦେଖାଦେଇଥାଏ । 

  • ଶରତ ଋତୁରେ ପନିପରିବାକୁ ରୋଷେଇ ପୂର୍ବରୁ ଭଲ ଭାବେ ଧୋଇବା ଜରୁରୀ ।  କାରଣ ଏହି ସମୟରେ ଖାଦ୍ୟ ମାଧ୍ୟମରେ ବିଭିନ୍ନ ଜଳ ଓ ବାୟୁ ବାହିତ ଭୁତାଣୁ ଓ କୀଟାଣୁ ଶରୀରରେ ପ୍ରବେଶ କରି ଶରୀରକୁ ଜ୍ବରରେ ଆକ୍ରାନ୍ତ କରିଥାନ୍ତି । 
  • ସାର ଓ ରାସାୟନିକ ପଦାର୍ଥ ବ୍ୟବହାର ଓ ମିଶ୍ରିତ ହୋଇଥିବା ପରିବା ଅପେକ୍ଷା ଡାଲି ଜାତୀୟ ଖାଦ୍ୟ ଖାଇବା ଉଚିତ । 
  • ଶରତ ଋତୁରେ ବାସି ଖାଦ୍ୟ ପରିହାର ସହ ତାଜା ଗରମ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ଉପଯୁକ୍ତ ।

  • ଶରତ ଋତୁରେ ଶୁଖିଲା ଲଙ୍କା ଓ ବିଭିନ୍ନ ମସଲାରେ ପକ୍ସ ବା ଫିମ୍ପି ଲାଗିଥାଏ । ଏହା ଖାଦ୍ୟରେ ମିଶି ବିଷକ୍ରିୟା ସୃଷ୍ଟି କରେ । ତେଣୁ ଶରତ ଋତୁରେ ଖାଦ୍ୟ ପଦାର୍ଥର ଅଧିକ ଯତ୍ନ ନେବା ଆବଶ୍ୟକ ପଡ଼ିଥାଏ । 
  • ଫଳ  ଓ ପରିବାକୁ ରୋଷେଇର କିଛି ସମୟ ପୂର୍ବରୁ ଲୁଣ ଓ ହଳଦୀ ପାଣିରେ ବୁଡ଼ାଇ ରଖିଲେ ଖାଦ୍ୟ କ୍ଷତିକାରକ ଭୂତାଣୁମୁକ୍ତ ହୋଇଥାଏ । 
  • ପାଗ ଅନୁସାରେ ଶରୀର ତାପମାତ୍ରା ହ୍ରାସ ପାଉଥିବାରୁ ଶରତରେ ସୁସ୍ଥ ରହିବାକୁ ଦୈନିକ ଯୋଗ ଓ ବ୍ୟାୟାମ କରିବା ଅତ୍ୟନ୍ତ ଜରୁରୀ ।   
Health and Wellness Tips for the Autumn Season | Yogashree

ଆପଣଙ୍କ ଶରୀର ଯଦି ଥଣ୍ଡା ବା କଫ ଦୋଷଯୁକ୍ତ, ତେବେ ଶରତ ଋତୁରେ ଆପଣ ଅଧିକ ସତର୍କ ରହିବା ଆବଶ୍ୟକ ।  ଆହାର, ଜୀବନଶୈଳୀ, ପରିବେଶ ଉପରେ ବିଶେଷ ଧ୍ୟାନ ରଖିଲେ ଶରୀରରେ ତ୍ରିଦୋଷ ଅସନ୍ତୁଳିତ ହେବା ଆଶଙ୍କା ରହିଛି । ଏଥିପାଇଁ ଆୟୁର୍ବେଦରେ ଋତୁ ଅନୁସାରେ ତ୍ରିଦୋଷ ଓ ତ୍ରିଗୁଣର ସନ୍ତୁଳନ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । 



Also read: ଆୟୁର୍ବେଦରେ ତ୍ରିଦୋଷ ସିଦ୍ଧାନ୍ତ | ବାତ, ପିତ୍ତ ଓ କଫ ସନ୍ତୁଳନ ସୁତ୍ର